ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ମନମୁଣ୍ଡାରେ ଜଣେ ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Anindita Ratha | July 22, 2025 1:36 PM

ମନମୁଣ୍ଡା,୨୨/୦୭: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଗ୍ରାମରେ ଜଣେ ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ବାବୁ ସେନାପତିଙ୍କ ପୁଅ ପିଣ୍ଟୁ ସେନାପତି ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ,ଗତକାଲି ଅପରାହ୍ନ ସମୟରେ ପିଣ୍ଟୁ ବିଷ ପିଇବା ପରେ ପରିବାର ଲୋକେ ତାକୁ ସୋନପୁର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତକଙ୍କ ବାପା ଏନେଇ ଶଗଡ଼ା ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଏହାର ଅଧିକ ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ। ସେପଟେ ମୃତକଙ୍କ ସହ ତାଙ୍କ ପତ୍ନୀଙ୍କ ଭଲ ସମ୍ପର୍କ ନ ଥିବାରୁ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ି  ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତକଙ୍କ ଏକ ୯ ବର୍ଷ ଝିଅ  ଓ ଅଢେଇ ବର୍ଷ ପୁଅ ମଧ୍ୟ ଅଛନ୍ତି । ତେବେ ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.